ପୁଣିଥରେ ଲାଗୁ ହେବ କଟକଣା !

0

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିବା ମାତ୍ରେ ଲୋକେ ବୁଲିବାକୁ ବାହାରିଲେଣି । ମନାଲି, ଶିମଲା ପରି ହିଲ ଷ୍ଟେସନରୁ ଏମିତି ଦୃଶ୍ୟ ନଜରକୁ ଆସିଛି । ଲୋକେମାନେ ମାସ୍କ ପିନ୍ଧି ନାହାନ୍ତି ଏବଂ କୋଭିଡ ପାଳନ କରୁନାହାନ୍ତି । ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । କେନ୍ଦ୍ର କହିଛି ଯଦି ଲୋକେ କୋଭିଡ ନିୟମ ପାଳନ ନକରନ୍ତି, ତେବେ କଟକଣାରେ ଯେଉଁ କୋହଳ କରାଯାଇଛି ତାହା ପ୍ରତ୍ୟାହାର କରି ନିଆଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, କରୋନା ମୁକାବିଲାରେ ଯେଉଁ ସଫଳତା ମିଳିଛି ତାହା ଅମନିଆଙ୍କ ପାଇଁ ପୁଣି ଗଡବଡ ହୋଇପାରେ । ସେ କହିଛନ୍ତି, ଲୋକେ ହିଲ ଷ୍ଟେସନର ବୁଲିବା ଆରମ୍ଭ କଲେଣି । ଏମିତି ଲୋକ ହିଁ କରୋନା ନିୟମ ମାନୁ ନାହାନ୍ତି । ଯଦି ଏମିତି ଜାରି ରହେ ତେବେ ପୁଣି ଥରେ କଟକଣା କଡାକଡି କରାଯିବ ।

Leave A Reply

Your email address will not be published.

16 − 2 =