ଦିଲ୍ଲୀରେ ଖୋଲିଲା ଷ୍ଟାଡିୟମ

0

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଥିବାବେଳେ ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଅନଲକ ଆରମ୍ଭ ହୋଇଛି । ଜିମ, ବାର ପରେ ଏବେ ଖୋଲିବାକୁ ଯାଉଛି ଷ୍ଟାଡିୟମ ଓ ସ୍ପୋର୍ଟ୍ସ କମ୍ପଲେକ୍ସ । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜିଠାରୁ ବିନା ଦର୍ଶକରେ ଖୋଲାଯିବ ଷ୍ଟାଡିୟମ ଓ ସ୍ପୋର୍ଟ୍ସ କମ୍‌ପ୍ଲେକ୍ସ । ଏନେଇ ଦିଲ୍ଲୀ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କିନ୍ତୁ ଅନଲକ ପ୍ରକ୍ରିୟାରେ ସିନେମା ହଲ ଓ ମଲ୍ଟିପ୍ଲେକ୍ସ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇନାହାନ୍ତି ଦିଲ୍ଲୀରେ ଗତ ସପ୍ତାହରେ ଘୋଷଣା ହୋଇଥିବା ଅନଲକ ପ୍ରକ୍ରିୟାରେ ବିବାହ ହଲ୍‌? ଓ ହୋଟେଲ ପାଇଁ ନିୟମ କୋହଳ କରାଯାଇଥିଲା । ତେବେ ସର୍ବାଧିକ ୫୦ ଜଣଙ୍କ ଉପସ୍ଥିତି ଅନୁମତି ଦିଆଯାଇଛି । ଜିମ ଏବଂ ଯୋଗ କେନ୍ଦ୍ରରେ ୫୦% କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ସମୟରେ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ପଡିବ । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ କୁହାଯାଇଛି ।

Leave A Reply

Your email address will not be published.

one × two =