ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

0

ଗତକାଲି ରାତିରେ ଦିଲ୍ଲୀ ଏମ୍ସ ହସ୍ପିଟାଲର ୯ମ ମହଲାରେ ନିଆଁ ଲାଗିଥିଲା । ଲ୍ୟାବରେ ନିଆଁ ଲାଗିବା ପରେ ଧୂଆଁ ବାହାରିଥିଲା । ଖବର ପାଇ ପୋଲିସ ଓ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ôଚିଥିଲେ । ଦମକଳ ବାହିନୀର ୨୨ଟି ଗାଡ଼ିର ସହଯୋଗରେ ନିଆଁକୁ ଆୟତ କରାଯାଇଥିଲା । ତେବେ ଯେଉଁ ପ୍ଲୋରରେ ନିଆଁ ଲାଗିଥିଲା ସେଠାରେ କୌଣସି ୱାର୍ଡ ନଥିଲା । ତେଣୁ କୌଣସି ମୃତାହତ ହେବାର ସୂଚନା ମିଳିନାହିଁ । ଦମକଳ ବାହିନୀର କହିବାନୁସାରେ, ରାତି ୧୦ଟା ୩୦ରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୨୨ଟି ଦମକଳ ବାହିନୀ ପଠାଯାଇଥିଲା । ଏହାପରେ ନିଆଁକୁ ଆୟତ କରାଯାଇଥିବା ନେଇ ଦମକଳ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.

six − four =