ଟିକାକରଣରେ ମହିଳା ପଛୁଆ

0

ଦେଶରେ ଜାରି ରହିଥିବା ଟିକାକରଣ ଯୋଜନାରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ପଛରେ ରହିଯାଇଥିବା ଜଣାଯାଇଛି । ବିଶେଷ କରି ବୟସ୍କ ବର୍ଗରେ ପୁରୁଷଙ୍କ ଅପେକ୍ଷା କମ୍‌ ମହିଳା ହିତାଧିକାରୀ ଥିବାରୁ ଏଭଳି ଫରକ ଜଣାପଡ଼ିଛି । ସାରା ଦେଶରେ ହାରାହାରି ହଜାରେ ବୟସ୍କ ପୁରୁଷଙ୍କ ପିଛା ୯୬୩ ଜଣ ମହିଳା ରହିଥିବା ଜଣାଯାଇଛି । କେବଳ କେରଳ ଓ ଛତିଶଗଡ଼ରେ ପୁରୁଷଙ୍କ ଅପେକ୍ଷା ଅଧିକ ସଂଖ୍ୟକ ମହିଳା କୋଭିଡ୍‌ ଟିକା ନେଇଥିବା ଜଣାଯାଇଛି । ତାମିଲନାଡୁ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ବୟସ୍କ ବର୍ଗରେ ରହିଥିବାବେଳେ ଟିକା ନେବା କ୍ଷେତ୍ରରେ ସେମାନେ ଯଥେଷ୍ଟ ପଛରେ ପଡ଼ିଛନ୍ତି । ତେବେ ଅଧିକ ସଂଖ୍ୟକ ଟିକା ନେଇଥିବା ହିମାଚଳପ୍ରଦେଶ ପରି ରାଜ୍ୟରେ ଏହି ତାରତମ୍ୟ ସେତେ ଅଧିକ ନୁହେଁ ।

Leave A Reply

Your email address will not be published.

thirteen + 4 =