ପରଲୋକରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

0

ଭୁବନେଶ୍ୱର: ପରଲୋକରେ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କୋଲକାତାର ଏକ ସୁପର ସ୍ପ?ସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୦.୧୫ରେ ଦେବାଶିଷ ପାଣିଗ୍ରାହୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା ।କୋଭିଡରେ ସଂକ୍ରମିତ ହେବା ପରେ ଦେବାଶିଷ ଗୁରୁତର ହୋଇ ପଡ଼ିଥିଲେ । ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଜୁନ ୮ରେ ତାଙ୍କୁ ଭୁବନେଶ୍ୱରରୁ ଏୟାରଲିଫ୍ଟ ଯୋଗେ କୋଲକାତା ନିଆଯାଇଥିଲା । ସେ କୋଭିଡରେ ସଂକ୍ରମିତ ହେବା ପରେ ପ୍ରଥମେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସର ଜଟିଳତା ସୃଷ୍ଟି ହୋଇଥିବାରୁ ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ୧୯୯୧ ବ୍ୟାଚର ଏହି ଆଇପିଏସ ଅଫିସର ଦୁଇଟି ଟିକା ନେଇ ସାରିଥିଲେ । ହେଲେ ମେ ମାସରେ କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଥିଲେ । ଏହାପରେ ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା । ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଡକ୍ଟର ପାଣିଗ୍ରାହୀ ଜଣେ ଖ୍ୟାତନାମା ଗାଳ୍ପିକ ଭାବରେ ମଧ୍ୟ ସେ ପରିଚିତ ଥିଲେ । ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଦିଲ୍ଲୀ ଜେଏନ୍‌?ୟୁରୁ ଏମଫିଲ କରିଥିଲେ । ଏହା ପରେ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ପରେ ୧୯୯୧ରେ ସେ ଆଇପିଏସ୍‌ ଭାବେରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

six − six =