ପିଓ ବ୍ୟୁରୋ) :ସୋମବାର ରାତିରେ ଆତ୍ମହତ୍ୟା କରିଥିବା କ୍ରାଇମ୍ ପେଟ୍ରୋଲ୍ ଅଭିନେତ୍ରୀ ପ୍ରେକ୍ଷା ମେହେତାଙ୍କ ସୁଇସାଇଡ୍ ନୋଟ୍ ପାଇଛି ପୁଲିସ୍। ସେ ତାଙ୍କ ସୁଇସାଇଡ୍ ନୋଟ୍ରେ ଲେଖିଛନ୍ତିି କି କିଛି ଭଙ୍ଗା ସ୍ବପ୍ନକୁ ନେଇ ସେ ବଞ୍ଚିପାରିବେ ନାହିଁ।
ଏ ନେଇ ହୀରା ନଗର ପୁଲିସ୍ ଷ୍ଟେସନ୍ର ପୁଲିସ୍ ଇନ୍ସ୍ପେକ୍ଟର ରାଜୀବ ଭଦୋରିଆ କହନ୍ତି, ‘ପ୍ରେକ୍ଷାଙ୍କ ଶୟନ କକ୍ଷରୁ ୧ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ମିଳିଛି। ଏପରି ଏକ ସମୟରେ ସେ ସକାରାତ୍ମକ ରହିବାକୁ ଖୁବ୍ ଚେଷ୍ଟା କରି ମଧ୍ୟ ରହିପାରିଲେ ନାହିଁ।’ଭଦୋରିଆ ଆହୁରି ବି କହିଛନ୍ତି କି ପ୍ରାଥମିକ ତଦନ୍ତରୁ ହିଁ ଜଣାପଡୁଛି ଯେ ଅଭିନେତ୍ରୀ ପ୍ରେକ୍ଷା ବିଶାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ତଦନ୍ତ ଏବେ ବି ଜାରି ରହିଛି।ଉଲ୍ଲେଖଯୋଗ୍ୟ, କ୍ରାଇମ୍ ପେଟ୍ରୋଲ୍ ଅଭିନେତ୍ରୀ ପ୍ରେକ୍ଷା ମେହେତା ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀ ପ୍ରେକ୍ଷା ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ନିଜ ବାସଭବନରେ ଟାଙ୍ଗି ହୋଇ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରେକ୍ଷା ଗତ ରାତିରୁ ହିଁ ଟାଙ୍ଗି ହୋଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ତାଙ୍କ ପରିବାର ଲୋକ ଆଜି ସକାଳୁ ଏହି ଘଟଣା ଜାଣିବାକୁ ପାଇଲେ। ପ୍ରେକ୍ଷାଙ୍କ ବାପା ପ୍ରଥମେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ହସ୍ପିଟାଲ୍ ନେଇ ଯାଇଥିଲେ। ହସ୍ପିଟାଲ୍ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ରାଇମ୍ ପେଟ୍ରୋଲ୍ ବ୍ୟତୀତ ଲାଲ୍ ଇସ୍କ ଏବଂ ମେରି ଦୂର୍ଗା ଧାରାବାହିକରେ ବି ଏହି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ସେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ପ୍ୟାଡ୍ମ୍ୟାନ୍’ରେ ବି ନଜର ଆସିଥିଲେ। ସେତେବେଳେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା।