କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ

0

ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି । ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କଂଗ୍ରେସର ଜଣେ ଶକ୍ତିଶାଳୀ ନେତାଙ୍କ ମୃତ୍ୟୁ ଦଳ ପାଇଁ ଏକ ବଡ ଝଟ୍‌କା ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଇନ୍ଦିରା କଂଗ୍ରେସ ସଂଗଠନର ଏକ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ କରିଥିଲେ । ଏହାର କିଛି ଦିନ ପୂର୍ବରୁ ବିରୋଧୀ ଦଳର ନେତା ଥିବା ଇନ୍ଦିରା କରୋନାକୁ ହରାଇଥିଲେ । ତାଙ୍କ ମୃତଦେହକୁ ଉତ୍ତରାଖଣ୍ଡକୁ ନେବାକୁ ପ୍ରସ୍ତୁତି ଚାଲିଛି ।

Leave A Reply

Your email address will not be published.

15 − 11 =