ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ

0

ପୁରୀ: କୋଭିଡ ସଂକ୍ରମଣ ପାଇଁ ଗତ ବର୍ଷ ଭଳି ଏ ବର୍ଷ ବି କଟକଣା ଭିତରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଆଉ ୮ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। କୋଭିଡ୍‌ ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବବର୍ଷ ଭଳି ଚଳିତବର୍ଷ ବି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।। ଏଥିପାଇଁ ବ୍ୟାପକ କଟକଣା ଲଗାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହର ଭିତରେ କର୍ଫ୍ୟୁ ଲଗାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବାହାର ଲୋକଙ୍କ ପ୍ରବେଶ ନିଷେଧ ସହ ହୋଟେଲ୍‌, ଲଜ୍‌ର ବୁକିଂ ବାତିଲ୍‌ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରାରେ ପୁରୀ ସହରରେ କର୍ଫ୍ୟୁ ବଳବତ୍ତର ରହିବ। ଶ୍ରୀଗୁଣ୍ଡିଚା ଯାତ୍ରାର ଦିନକ ପୂର୍ବରୁ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି କଟକଣା ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି ଲାଗୁ ହେବ। ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସହର ଭିତରେ କେହି ବି ଚଳପ୍ରଚଳ କରିପାରିବେ ନାହିଁ। ବଡ଼ଦାଣ୍ଡରେ କେତେ ହୋଟେଲ୍‌, ଲଜ୍‌ ଓ ବ୍ୟକ୍ତିଗତ ଘର ଅଛି, ସେ ସବୁର ତାଲିକା ପ୍ରସ୍ତୁତ ଚାଲିଛି।
ବଡ଼ଦାଣ୍ଡରେ ଥିବା ସବୁ ହୋଟେଲ, ଲଜ୍‌ର ବୁକିଂ ଦୁଇଦିନ ପୂର୍ବରୁ ବାତିଲ୍‌ କରାଯିବ। କେହି ବି ଏହି ହୋଟେଲ୍‌, ଲଜ୍‌ରେ ରହି ପାରିବେ ନାହିଁ। ଜୁଲାଇ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଥିବା ଲଜ୍‌, ହୋଟେଲ ବନ୍ଦ ରଖାଯିବ। ବାକି ବଡ଼ଦାଣ୍ଡ ବାହାରେ ଯେଉଁ ହୋଟେଲ୍‌, ଲଜ୍‌ ଅଛି, ସେମାନଙ୍କ ସର୍ଭେ ବି ଚାଲିଛି। ଏଠାରେ ଯେଉଁମାନେ ରହିଛନ୍ତି, ସେମାନେ ହୋଟେଲ ରୁମ୍‌ରେ ରହିପାରିବେ, କିନ୍ତୁ କର୍ଫ୍ୟୁ ସମୟରେ ବାହାରକୁ ବାହାରି ପାରିବେ ନାହିଁ। କେହି ଯଦି କର୍ଫ୍ୟୁ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

Leave A Reply

Your email address will not be published.

3 × 5 =