ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣା: ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିବ ଜିଆରପି ପୋଲିସ

0

ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରହସ୍ୟ ଖୋଲିପାରିନାହିଁ । ଦିନକୁ ଦିନ ଏହି ମାମଲା ଜଟିଳ ହେବାରେ ଲାଗିଛି । ଏବେ ତାଙ୍କ ପତ୍ନୀଙ୍କ ସହ ବନ୍ଧୁମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିବାରେ ଲାଗିପଡ଼ିଛନ୍ତି । ଏବେ ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଶୁକ୍ରବାର ଜିଆରପି ପୋଲିସ କରିବ ଜେରା । ପୋଲିସ ପୂର୍ବରୁ ପପୁ, ବିକାଶ ଓ ପ୍ରୀତମଙ୍କୁ ଜେରା କରିସାରିଛି । ଉପସ୍ଥାପନାଯୋଗ୍ୟ ଯେ, ଗତ ୭ ତାରିଖରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ଲିଙ୍ଗରାଜ୍ ରେଲଓ୍ୱେ ଷ୍ଟେସନ୍ ନିକଟରୁ ଉଦ୍ଧାର କରାଯାଇଥିଲା । ଆଦିତ୍ୟ ଆତ୍ମହତ୍ୟା କରିନାହାନ୍ତି ବୋଲି ତାଙ୍କର ପରିବାର ଲୋକ ଓ ପ୍ରଶଂସକମାନେ ବାରମ୍ବାର ଦାବି କରିଆସୁଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଜିଆରପି ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ମିଳିଲା ପରେ ହତ୍ୟା କରାଯାଇଥିବାର ଆଶଙ୍କା ବୃଦ୍ଧି ହୋଇଛି । ଆଦିତ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟପଟେ ଆଦିତ୍ୟଙ୍କ ମୃତ୍ୟୁ ଦିନର ଏକ ସିସିଟିଭ୍‌ ଫୁଟେଜ୍‌ ଜିଆର୍‌ପି ହାତରେ ଲାଗିଛି । ସିସିଟିଭ୍‌ ଫୁଟେଜ୍‌ ଆଧାରଣରେ ଆଦିତ୍ୟ ଏକା ଏକା ଯାଉଥିବାର ସୂଚନା ରହିଛି ।

Leave A Reply

Your email address will not be published.