କୋଭିଡ୍‌ ଟିକା ନେଇ ପୁନାୱାଲାଙ୍କ ସହ କଥା ହେଲେ ନବୀନ, ଦାମ ଏତିକି ରହିପାରେ

0

କରୋନା ଟିକା ପ୍ରସ୍ତୁତିରେ ସେରମ୍ ଇନଷ୍ଟିଚ୍ୟୁଟ୍‌ର ସଫଳତା ପରେ ସିଇଓ ଅଦର ପୁନାୱାଲାଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଭିଡିଓ କନ୍‌ଫରନେସିଂ ମାଧ୍ୟମରେ ଏହି ଆଲୋଚନା ହୋଇଥିଲା। ଟିକା ପ୍ରସ୍ତୁତିରେ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟିକା ପ୍ରସ୍ତୁତି ପରେ ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ଟିକା ଯୋଗାଇଦେବାକୁ ସେ ତାଙ୍କର ସହଯୋଗ ଲୋଡିଥିଲେ।

ଆସନ୍ତାବର୍ଷ ଆରମ୍ଭରେ କରୋନା ଟିକାର ସାମୁହିକ ପ୍ରସ୍ତୁତି ଆରମ୍ଭ ହେବ । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି।  ଏଥିସହ ଟିକା ଯେପରି ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ସେଥିପାଇଁ ଏହାର ମୂଲ୍ୟ ୧ ହଜାର ଟଙ୍କା ମଧ୍ୟରେ ରହିବ । ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଟୀକାର ପରୀକ୍ଷଣ କରାଯାଉଛି ।

ଏହାର ସଫଳତା ଆଧାରରେ ଆସନ୍ତା ବର୍ଷ ଟିକା ବଜାରକୁ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏନେଇ ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ଓ ସେରମ୍ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ବୁଝାମଣା ହୋଇଛି । ଭାରତ ପାଇଁ ୧୦୦ କୋଟି ଟିକା ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

ସେହିପରି ରାଜ୍ୟରେ ଆଜି  ୨୮ ଜିଲ୍ଲାରୁ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧  ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୩୫୭ ହେଉଛି ଲୋକାଲ୍ କେସ୍‌। ଏଯାଏଁ ରାଜ୍ୟରେ ୧୯,୮୩୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୩୩୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୯ ଜଣଙ୍କର ମୃତ୍ୟୁ ଘଟିଲାଣି।

Leave A Reply

Your email address will not be published.

17 + eleven =