ରାଜ୍ୟରୁ ପୁଣି ୬୦୯୭ ଆକ୍ରାନ୍ତ ଚିହ୍ନଟ

0

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୨୬୫୧ଟି ହେଉଛି ଲୋକାଲ୍‌ କେସ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪୭, ଯାଜପୁରରୁ ୪୩୪ ଓ ବାଲେଶ୍ୱରରୁ ୩୯୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୩ ଦିନ ପରେ ପୁଣି ଦୈନିକ ସଂକ୍ରମଣ ୧ ହଜାର ଅତିକ୍ରମ କରିଛି । ଅନୁଗୋଳ ଜିଲ୍ଲାରୁ ୨୯୫ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡରୁ ୧୦୭, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୧୩୦, ଦେବଗଡରୁ ୨୮, ଢେଙ୍କାନାଳରୁ ୭୩, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୨୨୬, ଝାରସୁଗୁଡାରୁ ୪୨, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୧୧୨, କେନ୍ଦ୍ରାପଡାରୁ ୨୫୩, କେନ୍ଦୁଝରରୁ ୧୨୩, କୋରାପୁଟରୁ ୧୨୬, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୨୯୭, ନବରଙ୍ଗପୁରରୁ ୧୪୬, ନୟାଗଡରୁ ୧୨୦, ନୂଆପଡାରୁ ୧୭, ପୁରୀରୁ ୨୯୧, ରାୟଗଡାରୁ ୧୨୦, ସମ୍ବଲପୁରରୁ ୧୦୧, ସୋନପୁରରୁ ୬୪ ଓ ସୁନ୍ଦରଗଡ ଜିଲ୍ଲାରୁ ୨୦୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ୧୫୧ ଜଣ ଷ୍ଟେଟ୍‌ ପୁଲିସରୁ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

1 × five =