ଏହି ଜିଲ୍ଲାରେ ବନ୍ଦ୍ ହେଲା ଟୀକାକରଣ

0

ଭୁବନେଶ୍ୱର: କରୋନା କୁ ମାତ୍ ଦେବା ପାଇଁ ଦେଶ ସମେତ ରାଜ୍ୟରେ ଟୀକାକରଣ କୁ ପ୍ରାଧାନ୍ୟ ଦିଆଯାଇଛି । ଦୈନିକ କୋଟିଏ ଲୋକଙ୍କୁ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ହେଲେ ରାଜ୍ୟରେ ଅନେକ ସ୍ଥାନରେ ଟୀକା ପାଇବା ପାଇଁ ବିଶୃଙ୍ଖଳା ହେଉଥିବା ସାମ୍ନାକୁ ଆସୁଛି । ଆଉ ଟୀକା ଅଭାବରୁ ବିଭିନ୍ନ ସ୍ଥାନରେ ଟୀକା କେନ୍ଦ୍ର ବନ୍ଦ୍ ବି ହେଉଛି ।

ଟିକା ଅଭାବ ଯୋଗୁ ଆଜି ରାଜ୍ୟରେ ୧୬ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ । ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣ ବନ୍ଦ ରଖିଛନ୍ତି ସରକାର ।

ମିଳିଥିବା ସୂଚନା ମୁତାବକ, ଆଜି ମାତ୍ର ୧୧୪ କେନ୍ଦ୍ରରେ ଚାଲିଛି ଟିକାକରଣ । ରାଜ୍ୟରେ ମୋଟ ୧୬୧୩ଟି କେନ୍ଦ୍ର ରହିଛି । ସେଥିରୁ ୧୪୯୯ ଟିକା କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଗତକାଲି ସୁଦ୍ଧା ରାଜ୍ୟରେ ୧୯ହଜାର ୫୨୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି । ସେହିପରି ୩ ଲକ୍ଷ ୨୪ ହଜାର ୯୧୦ ଡୋଜ୍ କୋଭାକ୍ସିନ ରହିଛି ।

 

Leave A Reply

Your email address will not be published.

eight − seven =