ଆଜିଠୁ ବିଧାନସଭାରେ କୋଭିଡ ଟେଷ୍ଟ

0

ବିଧାନସଭା ମୌସୁମୀ ଅଧିବେଶ ପାଇଁ ଆଜି ସକାଳ ୮ଟାରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କର ଆରମ୍ଭ ହୋଇଛି କରୋନା ଟେଷ୍ଟ । ଏଥିପାଇଁ ବିଧାନସଭା ପରିସରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା।  ଆଜିଠୁ ୩ ଦିନ ଧରି ବିଧାନସଭା ପରିସରରେ ଟେଷ୍ଟ କରାଯିବ । ପରୀକ୍ଷାରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ହିଁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ମନ୍ତ୍ରୀ, ବିଧାୟକ ଓ ବିଧାନସଭାର ସମସ୍ତ କର୍ମଚାରୀ କରୋନା ଟେଷ୍ଟ କରାଇବେ । ଗତକାଲି ହୋଇଥିବା ସର୍ବଦଳୀୟ ବୈଠକରେ ବାଚସ୍ପତି ଏହି ସୂଚନା ଦେଇଥିଲେ। ଆସନ୍ତା ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ।

Leave A Reply

Your email address will not be published.