ରାଜ୍ୟରେ ୪୪ ମୁଣ୍ଡ ନେଲା କରୋନା

0

ଆଜି ରାଜ୍ୟରେ ୪୪ ଜଣଙ୍କ ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି । ଅନୁଗୋଳ, ବରଗଡ଼, କଟକ, ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ଜୀବନ ଯାଇଛି । ବଲାଙ୍ଗିର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଦେବଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୪୪କୁ ବୃଦ୍ଧି ପାଇଥିବା ବେଳେ ବରଗଡରେ ୬୩, ବଲାଙ୍ଗିରରେ ୭୧, ବୌଦ୍ଧରେ ୬୫, କଟକରେ ୧୯୭, ଦେବଗଡରେ ୨୮, ଢେଙ୍କାନାଳରେ ୪୫, ଯାଜପୁରରେ ୩୫, ଝାରସୁଗୁଡାରେ ୮୩, କଳାହାଣ୍ଡିରେ ୧୪୩, କେନ୍ଦ୍ରାପଡାରେ ୫୭, ଖୋର୍ଦ୍ଧାରେ ୫୧୭, ମୟୂରଭଞ୍ଜରେ ୧୦୭, ପୁରୀରେ ୧୬୫, ରାୟଗଡାରେ ୧୨୪, ସମ୍ବଲପୁରରେ ୯୭ ଓ ସୁନ୍ଦରଗଡରେ ୨୯୯କୁ ବୃଦ୍ଧି ପାଇଛି । ୬୦୯୭ଟି ନୂଆ କେସ୍‌ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୬୪ ହଜାର ୬୭୩ ଜଣ ସୁସ୍ଥ ହୋଇସାରିଛନ୍ତି । ୬୯ ହଜାର ୩୩୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଆଉ ୪୪ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

nine + nineteen =