ରାଜ୍ୟରେ କରୋନାରେ ଆଉ ୪୨ ମୃତ

0

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଅଛନ୍ତି । ସେହିପରି ବରଗଡ଼, ଜଗତସିଂହପୁର, କଳାହାଣ୍ଡି ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, ବଲାଙ୍ଗିର, ଦେବଗଡ଼, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଅନୁଗୋଳ ଜିଲ୍ଲାରେ କରୋନାରେ ଏଯାବତ୍‌ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକରେ ୪୧, ବୌଦ୍ଧରେ ୭୧, ଢେଙ୍କାନାଳରେ ୫୩, ଗଜପତିରେ ୬୭, ଯାଜପୁରରେ ୩୮, କନ୍ଧମାଳରେ ୪୪, କୋରାପୁଟରେ ୪୪, ମୟୂରଭଞ୍ଜରେ ୧୦୯, ନବରଙ୍ଗପୁରରେ ୪୨, ନୟାଗଡରେ ୬୧ ଓ ସୁବର୍ଣ୍ଣପୁରରେ ୩୫କୁ ବୃଦ୍ଧି ପାଇଛି । ୩୪୦୫ଟି ନୂଆ କେସ୍‌ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୪ ହଜାର ୯୮୧ ଜଣ ସୁସ୍ଥ ହୋଇସାରିଲେଣି । ୫୧ ହଜାର ୧୦୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଆଉ ୪୨ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.