୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା

0

ଭୁବନେଶ୍ୱର: ରାଜ୍ୟରେ ପଜିଟିଭ୍‌ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ହାରରେ ଲାଗୁନି ବ୍ରେକ୍‌ । ପ୍ରତ୍ୟେକ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୪୪୬୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୦୨ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬ ଜଣ, କଟକରୁ ୪ ଜଣ, ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ବାଲେଶ୍‌ବର, ବରଗଡ, ଯାଜପୁର, କେନ୍ଦ୍ରାପଡା, କେଉଁଝର ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଗଜପତି, ଝାରସୁଗୁଡା, କଳାହାଣ୍ଡି, ନୟାଗଡ ଓ ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ ଲକ୍ଷ ୫୧ ହଜାର ୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯ ହଜାର ୩୬୧ ଜଣ ଆକ୍ଟିଭ୍‌? କେସ୍‌? ରହିଥିବା ବେଳେ ୭ ଲକ୍ଷ ୮୯ ହଜାର ୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୩୩୦୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୨୬୫୨୩୯୭ସାମ୍ପୁଲ ଟେଷ୍ଟ୍‌ ହୋଇଛି ।

Leave A Reply

Your email address will not be published.

2 × 3 =