କୋଭିଡ ଉପରୁ ଟିକସ ଛାଡ କଲେ କେନ୍ଦ୍ର ସରକାର

0

ରାଜ୍ୟ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କୋଭିଡ ଚିକିତ୍ସା ଉପରେ ଟିକସ ରିହାତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କରୋନା ସଂକ୍ରମଣରୁ ଜଣେ କର୍ମଚାରୀ କିମ୍ବା ଜଣେ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ପ୍ରଦାନ କରାଯାଇଥିବା ଅର୍ଥ ଉପରେ ୨୦୧୯-୨୦୨୦ ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ଟିକସ ନିଆଯିବ ନାହିଁ । କୋଭିଡ ଚିକିତ୍ସା କିମ୍ବା ଏଥି ଜନିତ ମୃତ୍ୟୁ କ୍ଷେତ୍ରରେ ଯେଉଁ ଦେୟ ପ୍ରଦାନ କରାଯାଇଛି । ସେଥିରେ ଆୟକର ଆଦାୟ କରାଯିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୧୯-୨୦ କିମ୍ବା ପରବର୍ତ୍ତୀ ବର୍ଷ ପାଇଁ କରୋନା କାରଣରୁ କର୍ମଚାରୀଙ୍କ ମୃତ୍ୟୁ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁରେ ନିଯୁକ୍ତିଦାତା ଦ୍ୱାରା ଜଣେ କର୍ମଚାରୀଙ୍କ ପରିବାରକୁ ଓ ଅନ୍ୟ କୌଣସି ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦିଆଯାଇ ଥିଲେ ତାହା ଉପରେ ମଧ୍ୟ ଟିକସ ଛାଡ କରାଯିବ ।

Leave A Reply

Your email address will not be published.

13 − 11 =