କୋଭିଡ୍‌ ପରିଚାଳନାରେ ବ୍ୟବହୃତ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

0

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ହୋଇଥିଲା । ଭିଡିଓ କନ୍‌ଫରେନିସଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କରୋନାଲଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମହାମାରୀ ବ୍ଲାକ ଫଙ୍ଗସ୍‌ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ମେଡିସିନ ଉପରେ ଟିକସ ଲାଗୁ ନ କରିବାକୁ ପରିଷଦରେ ନିଷ୍ପତ୍ତି ହୋଇଛି । ଏହାସହ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ କୋଭିଡ୍‌ ରିଲିଫ୍‌ ଏବଂ କୋଭିଡ ପରିଚାଳନାରେ ବ୍ୟବହୃତ ନିର୍ଦ୍ଦିଷ୍ଟ ବସ୍ତୁ ଉପରୁ ଜିଏସ୍‌ଟି ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ପରିଷଦ ପକ୍ଷରୁ କରୋନା ଔଷଧ, ପଲସ୍‌ ଅକ୍ସିମିଟର, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ହ୍ୟାଣ୍ଡ ସାନିଟାଇଜର, ଅକ୍ସିଜେନ କନସେନଟ୍ରେଟର ଓ ମାସ୍କ ଭଳି ସାମଗ୍ରୀ ଉପରେ ଏବେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ । ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ ଆଫାୟାର୍ସ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

17 − 2 =