ଓଡ଼ିଶାରେ ୫୨୩୫ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ଆଜି ୫ହଜାର ୨୩୫ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨ହଜାର ୯୫୭ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି ୨ହଜାର ୨୭୮ । ଅର୍ଥାତ ୧୨ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶେହରୁ କମ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୭, ଯାଜପୁରରୁ ୩୯୪, ବାଲେଶ୍ୱରରୁ ୩୨୦, ମୟୂରଭଞ୍ଜରୁ ୨୮୫, ଅନୁଗୋଳରୁ ୨୭୭, ସୁନ୍ଦରଗଡ଼ରୁ ୨୫୧, କେନ୍ଦ୍ରାପଡ଼ାରୁ ୨୩୭, ପୁରୀରୁ ୨୩୪, ଭଦ୍ରକ ଜିଲ୍ଲାରୁ ବାହାରିଛନ୍ତି ୨୧୭ ନୂଆ ପଜିଟିଭ୍‌ । ଅନ୍ୟ ସବୁ ଜିଲ୍ଲାରେ ୨୦୦ ଭିତରେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍‌ ସଂଖ୍ୟା ୮ଲକଷ ୪୨ହଜାର ୪୬୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୭ଲକ୍ଷ ୭୨ହଜାର ୯୭୨ ଆକ୍ରାନ୍ତ । ଏବେ ରାଜ୍ୟରେ ୬୬ହଜାର ୨୨୬ ଆକ୍ଟିଭ୍‌ କେସ୍‌ ରହିଛି । ରେଡ୍‌ ଜୋନରେ ଅଛି ୧୧ ଜିଲ୍ଲା । ଗ୍ରୀନ ଜୋନରେ ୧୦ ଓ ୟେଲୋ ଜୋନରେ ୯ ଜିଲ୍ଲା ରହିଛି ।

Leave A Reply

Your email address will not be published.