ଗଞ୍ଜାମରେ ଦିଆଯିବ କୋଭାକ୍ସିନ

0

ଭୁବନେଶ୍ୱର: ଏଥରକ ଭୁବନେଶ୍ୱର ଭଳି ଗଞ୍ଜାମରେ ଦିଆଯିବ କୋଭାକ୍ସିନ । ୧୮ ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ କୋଭାକ୍ସିନ ଟିକା ଦେବାକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ଭଳି ଗଞ୍ଜାମରେ କୋଭିଡ ଟିକା କୋଭାକ୍ସିନ ଦିଆଯିବା ନେଇ ଗଞ୍ଜାମ ଜିଲାପାଳ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି । ପ୍ରଥମ ଡୋଜ ନେଇନଥିବା ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଏଥର ଗଞ୍ଜାମ ଜିଲାରେ କୋଭାକ୍ସିନ ଦିଆଯାଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ଦ୍ୱିତୀୟ ଡୋଜ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମହାପାତ୍ର ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.

5 × one =