କୋଭାକ୍ସିନର ସଫଳତା ହାର ୭୭.୮%

0

ନୂଆଦିଲ୍ଲୀ : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇସାରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ସାମାନ୍ୟ ଲକ୍ଷଣଯୁକ୍ତ ମାମଲାରେ ଏହି ଟିକା ୭୭.୮ ପ୍ରତିଶତ କାର୍ଯ୍ୟକ୍ଷମ ହେଉଥିବାବେଳେ ଡେଲ୍‌ଟା ଭାରିଆଣ୍ଟ୍‌?ର ମୁକାବିଲା କରିବାରେ ଏହା ୬୫.୨ ପ୍ରତିଶତ ସକ୍ଷମ ହେଉଥିବା ଜଣାପଡିଛି । ଅପରପକ୍ଷରେ ଗୁରୁତର ଲକ୍ଷଣ ଥିବା କୋଭିଡ ମାମଲାରେ ଏହି ଟିକାର ସଫଳତା ହାର ୯୩.୪ ପ୍ରତିଶତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଟିକା ନେଇଥିବା ବ୍ୟକ୍ତି ଯଦି ପରବର୍ତ୍ତୀ ସମୟରେ କୋଭିଡ ଆକ୍ରାନ୍ତ ହୁଅନ୍ତି, ତେବେ ୧୨ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ ସାମାନ୍ୟ ପାଶ୍ୱର୍‌ ପ୍ରତିକ୍ରିୟା ଓ ୦.୫ ପ୍ରତିଶତ ବ୍ୟକ୍ତିଙ୍କ କ୍ଷେତ୍ରରେ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ପକ୍ଷରୁ ସହଯୋଗ କରାଯାଇଥିଲା ବୋଲି ଭାରତ ବାୟୋଟେକର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା କହିଛନ୍ତି ।

Leave A Reply

Your email address will not be published.

13 + 4 =