ରାଜ୍ୟରେ ଆଉ ୧୫୦୩ କରୋନା ପଜିଟିଭ୍ ଚିହ୍ନଟ

0

ରାଜ୍ୟରେ ଆଉ ୧୫୦୩  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା୨୬୮୯୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୬,୭୯୨ ସୁସ୍ଥ ହୋଇସାରିଥିବା ବେଳେ ୯,୯୧୯ ଚିକିତ୍ସାଧୀନ ଅଛନ୍ତି।

୨୮ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ୧୫୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୦୧ଟି ହେଉଛି ଲୋକାଲ୍ କେସ୍। ନୂଆ କରି ଚିହ୍ନଟ ହୋଇଥିବା ଏହି ୧୫୦୩ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୯୧ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨୨୩ ଜଣ ଅଛନ୍ତି। ସେହିପରି କଟକରୁ ୧୩୬ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୬୮ ଓ ସୁନ୍ଦରଗଡ଼ରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

19 + twelve =