ସାଲିଆସାହିରେ କରୋନା ଆତଙ୍କ: କ୍ବାରେଣ୍ଟାଇନ୍‌ରେ ଭର୍ତ୍ତି ହେଲେ ୪୪ ଜଣ

0

ଭୁବେଶ୍ବରସ୍ଥିତ ସାଲିଆସାହିରେ ଓ୍ବାର୍ଡ ନମ୍ବର ୧୬ ନମ୍ବରରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ପରେ ଏବେ ସେହି ବସ୍ତିରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ବର୍ତ୍ତମାନ ୪୪ ଜଣ ପ୍ରବାସୀ  ଓଡ଼ିଆଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଯାଇଛି।

ସୂଚନାଯୋଗ୍ୟ, ରବିବାର ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨ ଜଣ କରୋନା ଆକ୍ରାନ୍ତ ପଟିଆ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ଥିବା ବେଳେ ଆଉ ଜଣେ ୮ ବର୍ଷୀୟ ଝିଅ । କିଛି ଦିନ ତଳେ ଦୁହେଁ ଦିଲ୍ଲୀରୁ ଫେରିଥିଲେ । ଏହାପରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୩୪ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.