ଅଲମ୍ପିକ୍ସ କୁ କରୋନା ଚିନ୍ତା

0

ନୂଆଦିଲ୍ଲୀ: ଅଲିମ୍ପିକ୍ସକୁ ଘାରିଲାଣି କରୋନା କଳାବାଦଲ । କ୍ରୀଡ଼ା ମହାକୁମ୍ଭ ପାଖେଇ ଆସିବା ବେଳେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବରୁ ଜଣେ ଆୟୋଜକ ସଦସ୍ୟ ସଂକ୍ରମିତ ହୋଇଥିବା ବେଳେ ଏବେ ଦୁଇ ଜଣ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ଏହି ସୂଚନା ଦେଇଛି ।

ଅଲିମ୍ପିକ୍ସ ଭିଲେଜରେ ରହୁଥିବା ଦୁଇ ଜଣ ଖେଳାଳି ଓ କ୍ରୀଡ଼ା ଗ୍ରାମ ବାହାରେ ଥିବା ଆଉ ଜଣେ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଛନ୍ତି । କଡ଼ା କୋଭିଡ୍ କଟକଣା ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସ ଭିଲେଜରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ଆସୋସିଏସନ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିଡ୍ ପ୍ରଟୋକଲକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଛି ।

ସ୍କ୍ରିନିଂ ବେଳେ କେବଳ ୧୫ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । କରୋନା ଯୋଗୁ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ ହେଉଛି । ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ବିଭିନ୍ନ ଦେଶର ଆଥଲେଟ୍ ପହଞ୍ଚି ସାରିଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟକୁ ନେଇ ଏବେ ଚିନ୍ତା ବି ବଢ଼ିଛି ।

Leave A Reply

Your email address will not be published.

4 × 3 =