ବିଶ୍ୱରେ କରୋନା ମୃତ୍ୟୁ ୪୦ ଲକ୍ଷ ୮୨ ହଜାର ୬୩୬

0

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଉଛି କରୋନା ପ୍ରକୋପ । ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୮୨ ହଜାର ୬୩୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୯୭ ଲକ୍ଷ ୨ ହଜାର ୨୨୮କୁ ବୃଦ୍ଧି ପାଇଛି । ମୋଟ ୧୭ କୋଟି ୩୧ ଲକ୍ଷ ୩୦ ହଜାର ୨୫୫ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୨୪ ଲକ୍ଷ ୮୯ ହଜାର ୩୩୭ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରୁ ୭୯ ହଜାର ୨୨୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କରୋନା ପ୍ରଭାବିତ ୨୨୦ଟି ଦେଶ ମଧ୍ୟରୁ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୨୪ ହଜାର ୨୧୪ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଦୀର୍ଘ ଦିନ ଧରି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Leave A Reply

Your email address will not be published.

19 + 20 =