ରାଜ୍ୟରେ ଆଜି ୬୫ ଜଣଙ୍କ କରୋନରେ ମୃତ୍ୟୁ

0

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ରେ ବ୍ରେକ ଲାଗୁନି । ସରକାର ଯେତେ ପଦକ୍ଷେପ ନେଲେ ବି ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ । ସବୁବେଳେ ପଚାଶ ଉପରେ ଏହି ସଂଖ୍ୟା ରହୁଚି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୭୯୫କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼ରୁ ୧୦ ଜଣ, ସୁନ୍ଦରଗଡ଼ରୁ ୭ ଜଣ, ପୁରୀରୁ ୬ ଜଣ, ନବରଙ୍ଗପୁରରୁ ୪ ଜଣ, ଗଜପତିରୁ ୩ ଜଣ, ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.

16 − six =