୪ ଲକ୍ଷ ଟପିଲା ଦେଶରେ କରୋନା ମୃତଙ୍କକ ସଂଖ୍ୟା

0

ନୂଆଦିଲ୍ଲୀ:ପୁଣି ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି। ଏଥିସହିତ କ୍ରମାଗତ ୫୦ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଛନ୍ତି।

କୋଭିଡ ନମୁନା ପରୀକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ସେହିଭଳି ଦେଶରେ ଚାଲିଥିବା କୋଭିଡ ଟିକାକରଣ ଅଭିଯାନରେ ଗତକାଲି ସୁଦ୍ଧା ୩୪ କୋଟି ୭୬ ହଜାର ୨୩୨ ପାନ ଟିକା ଦିଆଯାଇସାରିଛି। ଦେଶରେ କରୋନା ସଂକ୍ରମଣରୁ ମୋଟ ୨,୯୫,୪୮,୩୦୨ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ସଂପ୍ରତି ୫,୦୯,୬୩୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ଏବଂ ଦୈନିକ କୋଭିଡ ସଂକ୍ରମଣ ହାର ୨.୪୮% ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ୩୪,୦୦,୭୬,୨୩୨ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ସମୁଦାୟ ୪୧,୪୨,୫୧,୫୨୦ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୮,୮୦,୦୨୬ଟି ନମୁନା।

Leave A Reply

Your email address will not be published.

5 + eight =