ଗତ ୨୪ ଘଣ୍ଟାରେ ଦେଶରେ ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ଏବେ ବି ସମଗ୍ର ବିଶ୍ବକୁ ନିଜ କବଳରେ ରଖିଚି ମହାମାରୀ କରୋନା । ଦିନକୁ ଦିନ ଏହାର ନୂଆ ନୂଆ ସ୍ୱରୂପ ଚିହ୍ନଟ ହେବାରେ ଲାଗିଛି । ଭିନ୍ନ ଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ବି ପରିଲକ୍ଷିତ ହେଉଛି । ସଂକ୍ରମଣ ଜାରି ରହିବା ସହ ମୃତ୍ୟ ବି ଜାରି ରହିଛି । କରୋନା ସହ ଲଢ଼ିବା ପାଇଁ କେନ୍ଦ୍ର ସରକାର ବଡ ଟୀକାକରଣ ଅଭିଯାନ ଜାରି ରଖିଛନ୍ତି । ସବୁବେଳେ ସତର୍କ ରହିବା ସହ କରୋନା କଟକଣା ମାନିବାକୁ ବାରମ୍ବାର କହି ଆସୁଛନ୍ତି । ତେବେ ଏହାରି ଭିତରେ ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୦୦୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଯାହାଦ୍ବାରା ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୯ ହଜାର ୪୫୯କୁ ବୃଦ୍ଧି ପାଇଛି । ଦିନକରେ ୪୮ ହଜାର ୭୮୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪ ଲକ୍ଷ ୧୧ ହଜାର ୬୩୪କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୨୫୭ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୪ ଲକ୍ଷ ୮୮ ହଜାର ୯୧୮ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୩ କୋଟି ୫୭ ଲକ୍ଷ ୧୬ ହଜାର ୧୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.

fourteen + seventeen =