ଦିନକରେ ସର୍ବାଧିକ ସୁସ୍ଥ: ଆଜି ସୁସ୍ଥ ହେଲେ ୩୩୪୩ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ହେଲା ୬୨,୮୧୩

0

କରୋନା ଯୋଦ୍ଧାଙ୍କ ନିରନ୍ତର ଉଦ୍ୟମର ଫଳ ଆଜି ଦେଖିବାକୁ ମିଳିଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ୩୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୮୧୩ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୩୨ ଜଣ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୨୬୧ ଜଣ, ଭଦ୍ରକରୁ ୨୪୫ ଜଣ, ଗଂଜାମରୁ ୨୩୮ ଜଣ, ରାୟଗଡ଼ାରୁ ୨୧୭ ଜଣ, କଟକରୁ ୧୮୧ ଜଣ, ବାଲେଶ୍ୱରରୁ ୧୫୫ ଜଣ, ସମ୍ବଲପୁରରୁ ୧୨୭ ଜଣ, କୋରାପୁଟରୁ ୧୧୯ ଜଣ, ମୟୂରଭଂଜରୁ ୧୧୨ ଜଣ ଓ ସୋନପୁରରୁ ୧୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବୌଦ୍ଧ ଜିଲ୍ଲାରୁ ୮୪ ଜଣ, ବରଗଡ଼ରୁ ୭୮ ଜଣ, କନ୍ଧମାଳରୁ ୬୮ ଜଣ, ବଲାଙ୍ଗୀରରୁ ୬୫ ଜଣ, ନୟାଗଡ଼ରୁ ୬୦ ଜଣ, କଳାହାଣ୍ଡିରୁ ୫୬ ଜଣ, ମାଲକାନଗିରିରୁ ୫୪ ଜଣ, ଢେଙ୍କାନାଳ ୪୯ ଜଣ, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪ ଜଣ, ଯାଜପୁରରୁ ୩୨ ଜଣ, ଗଜପତିରୁ ୨୭ ଜଣ, ଅନୁଗୁଳରୁ ୨୨ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୧୯ ଜଣ, ଜଗତସିଂହପୁରରୁ ୧୬ ଜଣ, ନୂଆପଡ଼ାରୁ ୧୧ ଜଣ ଓ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୪ ଲକ୍ଷ ୮୫ ହଜାର ୧୬୭ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୮୭ ହଜାର ୬୦୨ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୫୯ ହଜାର ୪୭୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୪୧ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୪ ହଜାର ୨୯୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.