ରାଜ୍ୟରେ ଆଉ ୧୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୫୮୦ଟି ହେଉଛି ଲୋକାଲ୍ କେସ୍।୨୯ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ୧୫୨୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୩ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୮, ସମ୍ବଲପୁରରୁ ୧୬୮, ସୁନ୍ଦରଗଡ଼ରୁ ୧୨୬ ଓ ଢେଙ୍କାନାଳରୁ ୧୦୭ ଜଣ ଚିହ୍ନଟ ହୋଇଛନ୍ତି।