ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

0

ମହାମାରୀ ‘କରୋନା’ ଅଗଷ୍ଟରେ ପିକ୍‌ରେ ରହିବ। ତା’ ପରେ ଖସିବ। ସେପ୍ଟେମ୍ବର ବେଳକୁ ‘କରୋନା’ କ୍ଲିନ୍‌ ହୋଇଯିବ ବୋଲି ଆଶା କରାଯାଉଛି। ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।ସେ କହିଛନ୍ତି-“ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୪୮ ଘଣ୍ଟାରେ ଭିତରେ ଗଞ୍ଜାମରେ କୌଣସି କରୋନା ରୋଗୀଙ୍କ ମୃତ୍ୟୁ ଘଟିନାହିଁ। ଏହାଛଡ଼ା ଅନେକ ଜିଲ୍ଲାରେ ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ କରୋନା ନିୟନ୍ତ୍ରଣ ହୋଇଗଲାଣି।“ସେ ଆହୁରି କହିଛନ୍ତି-“କିଛି ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତା’ ପରେ ଖସିବ। ଅଗଷ୍ଟରେ କରୋନା ପିକ୍ ହୋଇ ତା’ ପରେ ଖସିବ। ସେପ୍ଟେମ୍ବରରେ କରୋନା କ୍ଲିନ୍‌ ହୋଇଯିବ ବୋଲି ଅଶା କରାଯାଉଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଭୟ କରିବାର ନାହିଁ।”

Leave A Reply

Your email address will not be published.