ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଆଫ୍ରିଦି ଟ୍ବିଟ୍ କରିଛନ୍ତି ଯେ, ସେ ଗୁରୁବାରଠାରୁ ଅସୁସ୍ଥ ଅନୁଭବ କରୁଛନ୍ତି। ତାଙ୍କ ଶରୀରରେ ଅତ୍ୟଧିକ ଯନ୍ତ୍ରଣା ହେଉଥିଲା। ତାଙ୍କ କରୋନା ଟେଷ୍ଟ୍ ହୋଇଥିଲା ଏବଂ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ ଆସିଥିଲା। ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନାର ଆବଶ୍ୟକତା ରହିଛି।