(ପିଓ ବ୍ୟୁରୋ) :କ୍ଵାରେଣ୍ଟାଇନ୍ ସେଣ୍ଟରରେ ଜମୁଛି କ୍ରିକେଟ୍ ଖେଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍ ମଝିହରା ପଞ୍ଚାୟତର କ୍ଵାରେଣ୍ଟାଇନ୍ ସେଣ୍ଟରରେ। ଧାନହରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମ ପଞ୍ଚାୟତ ତରଫରୁ ହୋଇଥିବା କ୍ଵାରେଣ୍ଟାଇନ୍ ସେଣ୍ଟରରେ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସଂଗରୋଧ କରି ରଖାଯାଇଛି।
ମାତ୍ର ଉକ୍ତ କେନ୍ଦ୍ରରେ ପ୍ରବାସୀ ଓଡ଼ିଆମାନେ କ୍ରିକେଟ୍ ଖେଳୁଥିବା ଏହି ଭିଡିଓରେ ଦେଖାଯାଉଛି। ୭ରୁ ୮ ଜଣ ଯୁବକ ରାତି ସମୟରେ କ୍ରିକେଟ୍ ଖେଳୁଛନ୍ତି । ଏନେଇ ସରପଞ୍ଚ କହିଛନ୍ତି ଏହା ଏକ ସପ୍ତାହ ପୂର୍ବର ଘଟଣା। ଖବର ପାଇ ସରପଞ୍ଚ କ୍ଵାରେଣ୍ଟାଇନ୍ ସେଣ୍ଟରକୁ ଆସି ଖେଳୁଥିବା ଓଡିଆ ପ୍ରବାସୀମାନଙ୍କୁ ତାଗିଦ୍ କରିଥିଲେ ଏବଂ କ୍ରିକେଟ୍ ଖେଳ ବନ୍ଦ କରିଥିଲେ।
କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କ୍ଵାରେଣ୍ଟାଇନ୍ ସେଣ୍ଟର କରି ସଂଗରୋଧ ହୋଇ ରହିବାର ବ୍ୟବସ୍ଥା କରିଛନ୍ତି। ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।