ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସର ଧାରଣା

0

ଦେଶରେ ହୁ ହୁ ହୋଇ ବଢିଚାଲିଛ ପେଟ୍ରୋଲ ଓ ଡିଜେଲ୍‌ ଦର । ଓଡ଼ିଶାରେ ବି ବଢିଚାଲିଛି । ସ୍ଥିତି ଏଭଳି ହୋଇଛି ଯେ ରାଜ୍ୟରେ ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର୍‌ କରିଛି । ବଢୁଥିବା ତୈଳ ଦରକୁ ନେଇ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ ଧାରଣା ଦେବା ସହ ବିକ୍ଷୋଭ କରୁଛି କଂଗ୍ରେସ । ଏହି ବିକ୍ଷୋଭ ସକାଳ ୧୧ଟା ପର୍ଯ୍ୟନ୍ତ କରିବାକୁ ଦଳ ନିଷ୍ପତ୍ତି ନେଇଛି । କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ବେଳେ କେନ୍ଦ୍ର ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଛନ୍ତି । ଯାହାକୁ ନେଇ ପ୍ରତିବାଦ କରୁଛି ରାଜ୍ୟ କଂଗ୍ରେସ ।

Leave A Reply

Your email address will not be published.

eight − four =