ଜୁଲାଇ ୭ରୁ ଦରଦାମ ବୃଦ୍ଧି ନେଇ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ

0

ଦେଶରେ ଦରଦାମ ବୃଦ୍ଧି ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ଆସନ୍ତା ଜୁଲାଇ ୭ରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବିକ୍ଷୋଭ ସମାବେଶ କରାଯିବ । ଏହା ୧୦ଦିନ ଧରି ଚାଲିବ । ଅଖିଳ ଭାରତ କଂଗ୍ରେସ କମିଟି ଏଆଇସିସିର ସାଧାରଣ ସଂପାଦକ କେ. ସି ବେଣୁଗୋପାଳ କହିଛନ୍ତି, ଦେଶବାସୀ କୋଭିଡ-୧୯ ମହାମାରୀରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ବେକାରୀ ସଂଖ୍ୟା ବୃଦ୍ଧି ସହିତ ବେତନ କାଟ ଚାଲିଛି । ଏଭଳି ପରିସ୍ଥିତିରେ ଇନ୍ଧନ ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ଭଳି ହୋଇଛି । କଂଗ୍ରେସ ଦଳ ଏହା ବିରୋଧରେ ବ୍ଲକ, ଜିଲା ଓ ରାଜ୍ୟ ସ୍ତରରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ ପେଟ୍ରୋଲ ଓ ଡିଜେଲର ଦର ପ୍ରତିଦିନ ବଢିବାରେ ଲାଗିଛି । ଦେଶରେ କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହୋଇଥିବାବେଳେ ଡିଜେଲ ଦର ୯୦ ଟଙ୍କାରୁ ଅଧିକ ହୋଇଛି । କଂଗ୍ରେସ ପକ୍ଷରୁ ସାଇକେଲ ଯାତ୍ରା, ଶୋଭାଯାତ୍ରା ଆୟୋଜନ କରାଯିବ । ଏଥିସହିତ ଦେଶବ୍ୟାପୀ ସମସ୍ତ ପେଟ୍ରୋଲ ପମ୍ପରେ ଦସ୍ତଖତ ସଂଗ୍ରହ ଅଭିଯାନ ମଧ୍ୟ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

eighteen − one =