୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷାଫଳ

0

ଭୁବନେଶ୍ୱର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ୩୧ ତାରିଖ ପୂର୍ବରୁ ପ୍ରକାଶ ପାଇବ +୨ କଳା ପରୀକ୍ଷାଫଳ କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଗଷ୍ଟ ୧୯ ତାରିଖରେ ପୂର୍ବାହ୍ନ ୧୧ଟା ୩୦ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଉନ୍ମୋଚନ କରିବେ । ଏହାପରେ ଛାତ୍ରଛାତ୍ରୀ www.orissaresults.nic.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଚଳିତବର୍ଷ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗ ପରୀକ୍ଷା ଦେଇଛନ୍ତି। ସୂଚନାଯୋଗ୍ୟ, ଯେ ଗତ ୧୨ ତାରିଖରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

Leave A Reply

Your email address will not be published.

sixteen − 10 =