କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲା: ଅକ୍ଟୋବର ୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡ ଶୁଣାଣି

0

ଅକ୍ଟୋବର ୬ରେ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥଥିଲେ । ଆଜି ତାଙ୍କର ଦଣ୍ଡବିଧାନ ଘୋଷଣା କରାଯିବ ବୋଲି ସ୍ବତନ୍ତ୍ର ସିବିଆଇ କୋର୍ଟ କହିଥିବା ବେଳେ ଏବେ ଏହାକୁ ଅକ୍ଟୋବର ୨୬କୁ ଘୁଞ୍ଚାଇ ଦିଆଯାଇଛି । ଅକ୍ଟୋବର ୨୬ରେ ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ସହ କରୋନା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ବିଚାରପତି ଭରତ ପରାଶର।
କୋଇଲା ଦୁର୍ନୀତିରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୧୯୯୯ ମସିହାରେ ଝାଡ଼ଖଣ୍ଡର ଏକ କୋଲବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ଅକ୍ଟୋବର ୬ରେ ସ୍ବତନ୍ତ୍ର ବିଚାରପତି ଭରତ ପରାଶର ତାଙ୍କ ରାୟରେ ଦର୍ଶାଇଥିଲେ । ସେତେବେଳେ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲୀପ ରାୟ । ଏହି ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ସଂପର୍କରେ ସିବିଆଇ ତଦନ୍ତ କରୁଥିଲା ଓ ଏହି ତଦନ୍ତ ଆଧାରରେ ସ୍ବତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସୂଚନାଯୋଗ୍ୟ, ୧୯୯୯ରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମସି ଉପଦେଷ୍ଟା (ପ୍ରକଳ୍ପ) ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକନଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ବାଲଙ୍କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଏ ସମସ୍ତଙ୍କ ବିରୋଧରେ ସିବିଆଇ ତଦନ୍ତ କରି ଆଇପିସିର ଧାରା ୧୨୦-ବି (ଅପରାଧିକ ଷଡଯନ୍ତ୍ର), ଧାରା ୪୨୦ (ପ୍ରତାରଣା) ଏବଂ ଧାରା ୪୦୯ (ବିଶ୍ବାସର ଅପରାଧିକ ଉଲ୍ଲଂଘନ)ରେ ଚାର୍ଜଫ୍ରେମ କରିଥିଲା ।

Leave A Reply

Your email address will not be published.

6 + 12 =