କୋ-ୱିନ ଆପ୍‌ ସୁବିଧା ପାଇବାକୁ ୫୦ ରାଷ୍ଟ୍ର ଆଗ୍ରହୀ

0

ଭାରତ ନିକଟରୁ କୋ-ୱିନ ଆପ ସୁବିଧା ପାଇବା ନିମନ୍ତେ ବିଭିନ୍ନ ମହାଦେଶର ପ୍ରାୟ ୫୦ଟି ରାଷ୍ଟ୍ର ଆଗ୍ରହୀ ଥିବା ଜଣାପଡିଛି । ଏହି ରାଷ୍ଟ୍ର ମଧ୍ୟରେ କାନାଡା, ମେକ୍ସିକୋ, ନାଇଜେରିଆ ଓ ପାନାମା ଅନ୍ତର୍ଭୁକ୍ତ । ଅପରପକ୍ଷରେ ଆଗ୍ରହୀ ରାଷ୍ଟ୍ରଙ୍କୁ ମାଗଣାରେ ଏହି ସଫ୍ଟୱେୟାର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମତି ପ୍ରଦାନ କରିଛନ୍ତି । ବିଦେଶୀ ରାଷ୍ଟ୍ରଙ୍କ ପାଇଁ କୋ-ୱିନ ଆପ ସଫ୍ଟୱେୟାର ବ୍ୟବସ୍ଥା କରିବାକୁ ମୋଦୀ କୋଭିଡ ସଶକ୍ତୀକରଣ ଗ୍ରୁପକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

eight − four =