ଅନାଥ ଶିଶୁମାନଙ୍କ ପାଇଁ ଯୋଗୀଙ୍କ ବାଲ ସେବା ଯୋଜନା

0

ୟୁପି: ଯେଉଁ ଶିଶୁମାନେ କରୋନାରେ ସେମାନଙ୍କ ମାତାପିତାଙ୍କୁ ହରାଇଛନ୍ତି ସେଭଳି ଶିଶୁଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଲ ସେବା ଯୋଜନା ଆରମ୍ଭ କରିଛନ୍ତି । କରୋନା ସମୟରେ ପ୍ରାୟ ୪୦୫୦ ଜଣ ଶିଶୁ ଅନାଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୦ ଜଣ ନିଜ ମାତାପିତାଙ୍କୁ ହରାଇଥିବା ବେଳେ ପ୍ରାୟ ୩୮୧୦ଜଣ ମାତାପିତାଙ୍କ ମଧ୍ୟରୁ ଜଣକୁ ଅବା ଲିଗାଲ ଗାର୍ଡିଅନଙ୍କୁ ହରାଇଛନ୍ତି । ଏଭଳି ପିଲାମାନଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ଆରମ୍ଭ କରିଥିବା ବାଲ ସେବା ଯୋଜନାରେ ପ୍ରତି ଶିଶୁଙ୍କୁ ମାସକୁ ୪ଜାର ଟଙ୍କା ଯୋଗାଇ ଦିଆଯିବ । ଏହାସହ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ରାଜ୍ୟ ସରକାର ଏମାନଙ୍କ ଲାଳନ ପାଳନ ଦାୟିତ୍ୱ ନେବେ । ଏମାନଙ୍କୁ ବାଲ ସଂରକ୍ଷଣ ଗୃହରେ ରଖାଯିବ ।

Leave A Reply

Your email address will not be published.

9 + 18 =