ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

0

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ସାରା ରାଜ୍ୟରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ ।ଚଳିତ ବର୍ଷ କରୋନା ମହାମାରୀ କଟକଣା ଯୋଗୁଁ ଜନସାଧାରଣଙ୍କୁ ଘରେ ବସି ଟେଲିଭିଜନ ମାଧ୍ୟମରେ ଘୋଷ ଯାତ୍ରା ଦେଖିବାକୁ କୁହାଯାଇଛି ।ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।ଏହି ଉପଲକ୍ଷେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଛନ୍ତି । ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା ମୁକ୍ତ ହେଉ। ଏହି ଅବସରରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛିସେହିଭଳି ପବିତ୍ର ରଥଯାତ୍ରା  ଅବସରରେ ମାନ୍ୟବର ରାଜ୍ୟପାଳ ସାରା ବିଶ୍ଵରେ ଥିବା ଶ୍ରୀଜଗନ୍ନାଥପ୍ରେମୀଙ୍କୁ ଆନ୍ତରିକ ଶୁଭେଛା ଜଣାଉଛନ୍ତି। ଏହି ଯାତ୍ରା ସମାଜରେ ଶାନ୍ତି,ମୈତ୍ରୀ ଓ ଭ୍ରାତୃଭାବର ପ୍ରତିଷ୍ଠା କରୁ ବୋଲି ସେ କାମନା କରିଛନ୍ତି। କରୋନା ବିରୋଧରେ ମାନବ ଜାତିର ଲଢେଇରେ ବିଜୟ ନିମନ୍ତେ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

Leave A Reply

Your email address will not be published.

seventeen − 1 =