ଦିଦିଙ୍କୁ ୫ ହଜାର ଜୋରିମାନା

0

କୋଲକାତା : ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସତ୍ୟପାଠ ଦାଖଲ ଅନୁମତି ଦେଇଛନ୍ତି । ତେବେ ଠିକଣା ସମୟରେ ସତ୍ୟପାଠ ଦାଖଲ କରିନଥିବାରୁ ହାଇକୋର୍ଟ ମମତା ଓ ରାଜ୍ୟ ସରକାରଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ଲାଗୁ କରିଛନ୍ତି । ନାରଦା ମାମଲାରେ ମେ’ ୧୭ରେ ସିବିଆଇ ପକ୍ଷରୁ ଟିଏମ୍‌ସିର ୪ ଜଣ ନେତାଙ୍କୁ ଗିରଫ କରାଯାଇଥିଲା । ଏହାର ପ୍ରତିବାଦରେ ମମତା ଓ ଆଇନ ମନ୍ତ୍ରୀ ମଳୟ ଘଟକ ସେଦିନ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସିବିଆଇ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.

3 + 9 =