ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି: ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ

0

ଭାରତ-ଚୀନ ମଧ୍ୟରେ ଚାଲିଥିବା ସୀମ‌ା ବିବାଦ ମଧ୍ୟରେ ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରିଛି ବୋଲି ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି। ବେଜିଂର ଖରାପ ଆଚରଣ ଏବଂ କ୍ବାଡ ଦେଶକୁ ବେଜିଂରୁ ଥିବା ବିପଦ ବିଷୟରେ କହିବାକୁ ଯାଇ ସେ ଏଭଳି କହିଥିବା ଜଣା ପଡ଼ିଛି ।
କ୍ବାଡ ଗୋଷ୍ଠୀ(ଆମେରିକା, ଜାପାନ, ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ‌) ଭାବରେ ଜଣାଶୁଣା ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶର ବୈଦେଶିକ ମନ୍ତ୍ରୀମାନେ ମଙ୍ଗଳବାର ଦିନ ଟୋକିଓରେ ଏକ ବୈଠକ କରିଥିଲେ। ଭାରତ-ପ୍ରଶାନ୍ତ ମହାସାଗରରେ, ଦକ୍ଷିଣ ଚୀନ୍ ସାଗରରେ ଏବଂ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଚୀନ୍‌ର ଆକ୍ରମଣାତ୍ମକ ସାମରିକ ଆଚରଣ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଶେଷ ହେବା ପରେ ଏକ ନିଉଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଭାରତର ଉତ୍ତର ସୀମାରେ ଚୀନ୍ ୬୦,୦୦୦ ରୁ ଅଧିକ ସୈନ୍ୟ ଠୁଳ କରୁଥିବା କଥା କହିଥିଲେ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ।
ତାଙ୍କ କହିବା ମୁତାବକ, ‘ମୁଁ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କରିଥିଲି। ଚାରିଟି ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ଶକ୍ତିଶାଳୀ ଅର୍ଥନୀତି ଥାଇ ମଧ୍ୟ ଚୀନ୍ କମ୍ୟୁନିଷ୍ଟ ପାର୍ଟିଠାରୁ ଏମାନଙ୍କୁ ପ୍ରକୃତ ବିପଦ ରହିଛି। ମୁଁ ନିଜ ଦେଶରେ ମଧ୍ୟ ସେହି ବିପଦ ଦେଖିପାରୁଛି।’

Leave A Reply

Your email address will not be published.

7 + 12 =