୨୮ ଘଣ୍ଟାରେ ୧୦ ମହଲା ଘର

0

ଚୀନର ଇଂଜିନିୟର ଏବଂ ବୈଷୟିକବିତ୍‌ ଏମିତି କରି ଦେଖାଇଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ସେମାନେ ୨୮ ଘଣ୍ଟା ୪୫ ମିନିଟରେ ଏକ ୧୦ ମହଲା ଘର ସଂପୂର୍ଣ୍ଣ ଭାବରେ ତିଆରି କରିପାରିଛନ୍ତି । ଅର୍ଥାତ୍‌ ଗୋଟିଏ ଦିନଠାରୁ ଆଉ କିଛି ଘଣ୍ଟାରୁ ଅଧିକ ସମୟ ଲାଗିଛି ଏହି ଘର ତିଆରି କରିବାରେ । ନିର୍ମାଣକାରୀ କମ୍ପାନୀ ଏଥିପାଇଁ ପୂର୍ବରୁ ଫାବ୍ରିକେସନ କରାଯାଇଥିବା ନିର୍ମାଣ ସାମଗ୍ରୀ ବ୍ୟବହାର କରିଥିଲା । ସେଗୁଡିକୁ ଆଗୁଆ ଏକ କାରଖାନାରେ ତିଆରି କରାଯିବା ପରେ ଘର ତିଆରି କରାଯାଇଥିବା ସ୍ଥାନରେ ଆଣି ଯୋଡି ଦିଆଯାଇଥିଲା । ନିର୍ମାଣ ସରିବା ପରେ ବିଦ୍ୟୁତ, ପାଣି ସଂଯୋଗ ଆଦି ତୁରନ୍ତ କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭବିଷ୍ୟତରେ ଯେତେବେଳେ ଆବଶ୍ୟକ ପଡିବ, ସେତେବେଳେ ଏହି ଘରକୁ ପୁଣି ପୃଥକ କରି ଅନ୍ୟ ସ୍ଥାନକୁ ନେଇଯାଇ ହେବ ।

Leave A Reply

Your email address will not be published.

four + four =