ଚୀନରୁ ହଟିବ ସନ୍ତାନ ଜନ୍ମ କଟକଣା

0

ଜନବହୁଳ ରାଷ୍ଟ୍ର ଚୀନ୍‌ରେ ବର୍ତ୍ତମାନ ସନ୍ତାନ ଜନ୍ମକୁ ନେଇ କଟକଣା ଜାରି ରହିଛି । ଏହାକୁ ନେଇ ଚୀନରେ ମତପାର୍ଥକ୍ୟ ତଥା ଅସନ୍ତୋଷ ବୃଦ୍ଧି ପାଉଥିବାରୁ ୨୦୨୫ ସୁଦ୍ଧା ଏହି କଟକଣା ହଟାଇଦେବାକୁ ଚୀନ୍‌ ସରକାର ଯୋଜନା କରୁଛନ୍ତି । ଯେଉଁ ପ୍ରଦେଶରେ ଜନ୍ମହାର ସବୁଠାରୁ କମ, ସେଠାରୁ ଏଭଳି କଟକଣା ପ୍ରତ୍ୟାହାର କରାଯିବ ବୋଲି ପ୍ରକାଶ ପାଇଛି । ଚୀନ୍‌ ପ୍ରଥମେ ଏକ ସନ୍ତାନ ନୀତି ଅବଲମ୍ବନ କରିଥିଲା । ପରବର୍ତ୍ତୀ ସମୟରେ ଏହା ଦୁଇକୁ ବୃଦ୍ଧି ପାଇଥିବାବେଳେ କିଛି ମାସ ପୂବ ଚୀନ୍‌ ସରକାର ୩ ସନ୍ତାନ ନୀତିକୁ ଅନୁମୋଦନ କରିଛନ୍ତି । ଚୀନ ଜନସଂଖ୍ୟାର ଅଧିକାଂଶ ବର୍ତ୍ତମାନ ବୟସାଧିକ୍ୟ ହୋଇଯିବାରୁ ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

nine + fourteen =