ଚୀନରେ ଦୁର୍ଘଟଣା: ଗ୍ୟାସ ପାଇପ୍‌ରେ ଅଗ୍ନିକାଣ୍ଡ ଘଟି ୧୨ ମୃତ୍ୟୁ

0

ଚାଇନାରେ ଏକ ବଡ ଦୁର୍ଘଟଣା ଘଟିଛି । ଚାଇନାର ହୁବେଇ ପ୍ରଦେଶର ଶିୟାନ ସହରରେ ଏକ ଗ୍ୟାସ ପାଇପ ବିସ୍ଫୋରଣ ହୋଇଥିଲା । ହୁବେଇ ପ୍ରଦେଶରେ ହୋଇଥିବା ଗ୍ୟାସ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୮ ଜଣ ଆହତ ହୋଇଛନ୍ତି । ସେହିଭଳି ୩୭ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣା ପରେ ଅନେକ ଲୋକଙ୍କୁ ଅଳିଆ ଗଦାରେ ପୋତି ଦିଆଯାଇଛି । ସରକାରୀ ଗଣମାଧ୍ୟମ ଅନୁଯାୟୀ, ଅନେକ ଘର କ୍ଷତିଗ୍ରସ୍ତ ହୋଇଛି, ଏହି ବିସ୍ଫୋରଣ ୱାଙ୍ଗୱାନ୍‌ ଜିଲ୍ଲାର ଏକ ସ୍ଥାନୀୟ ସମ୍ପ୍ରଦାୟ ଅଞ୍ଚଳରେ ଘଟିଛି ।

Leave A Reply

Your email address will not be published.