ଚୀନରୁ ନୋଏଡା ସାମସଙ୍ଗର ଡିସପ୍ଲେ ମ୍ୟାନୁଫ୍ୟାକଚରିଂ ୟୁନିଟ ସ୍ଥାନାନ୍ତର ହେଲା

0

ଭାରତର ନୋଏଡାରେ ତିଆରି ହେବ ସାମସଙ୍ଗ ଫୋନ, ଲାପଟପ ଡିସପ୍ଲେ ୟୁନିଟ । ଦକ୍ଷିଣ କୋରିଆର ଇଲେକଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ ନିଜର ଡିସପ୍ଲେ ଉତ୍ପାଦନ କାରଖାନା ଚୀନରୁ ନୋଏଡକୁ ସମ୍ପୁର୍ଣ୍ଣ ଭାବେ ସ୍ଥାନାନ୍ତର କରିିଛି । ସ୍ଥାନାନ୍ତର ହେବା ପରେ କମ୍ପାନୀର ପ୍ରତିନିଧିମଣ୍ଡଳ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି । କମ୍ପାନୀ ଅନୁସାରେ, ଭାରତରେ ଭଲ ବାତାବରଣ ଏବଂ ନିବେଶକାରୀଙ୍କ ହିତରେ ହୋଇଥିବା ନୀତି ପାଇଁ ଡିସପ୍ଲେ ମ୍ୟାନୁଫ୍ୟାକଚରିଂ ୟୁନିଟକୁ ନୋଏଡା ସିଫ୍ଟ କରାଯାଇଛି । ସେପଟେ ସାମସଙ୍ଗର ଏହି ୟୁନିଟ ସମ୍ପୂର୍ଣ୍ଣ ଭାବେ ଚୀନରୁ ନୋଏଡା ସିଫ୍ଟ ହେବାକୁ ମେକ ଇନ ଇଣ୍ଡିଆର ବଡ଼ ସଫଳତା ବୋଲି ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଉତ୍ତରପ୍ରଦେଶର ଯୁବପୀଢ଼ିଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

11 + 9 =