ଶିଶୁଙ୍କ ଶରୀରରେ ଇମ୍ୟୁନିଟି ବେଶୀ

0

ନୂଆଦିଲ୍ଲୀ: ଦେଶରେ ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇ ପଡ଼ିଥିବା ବେଳେ କେବେ ସ୍କୁଲ ଖୋଲିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଏହାର ଉତ୍ତର ଦେଇ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ, କରୋନା ବିରୋଧରେ ପିଲା ଅଧିକ ମଜଭୁତ । ବୟସ୍କଙ୍କ ତୁଳନାରେ ଛୋଟ ଶିଶୁ କରୋନାକୁ ମାତ ଦେଇପାରିବେ । ଏହା ସହ ଅଷ୍ଟ୍ରେଲିଆରେ କରୋନା କାଳରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇନଥିଲା ବୋଲି ଡାକ୍ତର ଭାର୍ଗବ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କିଶୋରମାନଙ୍କ ଅପେକ୍ଷା ଛୋଟ ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଭଲଥାଏ । ସ୍କୁଲ୍‌ ଖୋଲିବାକୁ ଯୋଜନା ହେଲେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯିବା ଦରକାର ବୋଲି ସେ କହିଛନ୍ତି । ଭାର୍ଗବ କହିଛନ୍ତି, ସ୍କୁଲ ବସ ଡ୍ରାଇଭର, ଶିକ୍ଷକଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଟିକା ଦିଆଯିବା ଦରକାର । ତାପରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବା ଉଚିତ ।’

Leave A Reply

Your email address will not be published.

19 + 15 =