ତିନି ରଥରେ ଚାଲିଛି ଛେରା ପହଁରା ନୀତି

0

ଆଜି ରଥଯାତ୍ରା । ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଭକ୍ତଶୂନ୍ୟ ରଥଯାତ୍ରା । ଚତୁର୍ଦ୍ଦାମୂର୍ତ୍ତିଙ୍କ ଗୋଟିଏ ପରେ ଗୋଟିଏ ନୀତି ଚାଲିଛି । ତିନି ରଥରେ ଚାଲିଛି ଛେରା ପହଁରା ନୀତି । ତେବେ ବର୍ତ୍ତମାନ ଛେରା ପହଁରା ନୀତି ଚାଲିଛି । ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା ନୀତି କରୁଛନ୍ତି । ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ । ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ ।ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି ।

ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଂଗେ ସଂଗେ ଶ୍ରୀନଅର ଅଗଣାରେ ରଖାଯାଇଥିବା କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୈାପ୍ୟ ନିର୍ମିତ ତାମଯାନରେ ବିଜେ କରିଥାନ୍ତି । ଶ୍ରୀନଅରରୁ ବିଜେ କରିବା ସମୟରେ ବେହେରା ଖୁଂଟିଆ ଆଗରେ ରହିଥାନ୍ତି , କାହାଳୀ ଓ ବଜନ୍ତରୀ ବାଦ୍ୟର ତାଳେତାଳେ ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆଡକୁ ଆସୁଥିବା ବେଳେ ବଡଦାଣ୍ଡରେ ହରିବୋଲ ଓ ହୁଳୁହୁଳି ଦେଇ ଠାକୁରମାନଙ୍କର ଜୟଜୟକାର କରିଥାନ୍ତି ।

Leave A Reply

Your email address will not be published.