ରଥଯାତ୍ରାକୁ କେନ୍ଦ୍ର ସରକାରଙ୍କ ସମର୍ଥନ

0

ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା ପାଇଁ ସମର୍ଥନ ଜଣାଇଛନ୍ତି। ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ସରକାର ସମର୍ଥନ କରିଛନ୍ତି। କୋଟି କୋଟି ଲୋକଙ୍କ ଆଶା ଓ ଶହ ଶହ ବର୍ଷ ଧରି ଚାଲିଥିବା ପରମ୍ପରା ବନ୍ଦ କରି ହେବନାହିଁ।  ଟିଭି ରେ ସିଧାପ୍ରାସାରଣ କରିବାକୁ ପ୍ରସ୍ତାବ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଛନ୍ତି ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି। ଏହାକୁ ଏପରି ହଠାତ୍‌ ବନ୍ଦ କରି ଦିଆଯାଇ ପାରିବ ନାହିଁ। ସଲିସିଟର ‌ଜେନେରାଲ ତୁଷାର ମେହାଟ୍ଟଙ୍କ ଏ ଯୁକ୍ତି ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ସୁପ୍ରିମ୍‌ କୋର୍ଟର ବିିଚାରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅଧଘଣ୍ଟା ପରକୁ ଧାର୍ଯ୍ୟ କରିଛନ୍ତିି।

Leave A Reply

Your email address will not be published.

five × 1 =