ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଏବେ କରୋନା ପଞ୍ଝା ମାରିଛି। ମହାମାରୀ କରୋନା ଭାଇରସରେ ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ଗର୍ଭବତୀ ପତ୍ନୀ ଆକ୍ରାନ୍ତ ହୋଇଛନ୍ତି।ଉଭୟଙ୍କର କୌଣସି ଲକ୍ଷଣ ନଥିଲା। ତଥାପି ସେମାନଙ୍କର କରୋନା ଟେଷ୍ଟ ହେବାରୁ ରିପୋର୍ଟ ପଜିଟିଭ ଆସିଛି। ଉଭୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଡିଆଇଜି ଅଖିଲେଶ ସିଂହଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।